ଭୁବନେଶ୍ୱର, ୨୧/୦୩: ସମ୍ବଲପୁର ଭିସୁଟରେ ବସନ୍ତ ଉତ୍ସବ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ କୁଳପତି କଡ଼ା ନିୟମ ଆଣିଛନ୍ତି। ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଧୁନିକ ଏବଂ ଛୋଟ ପୋଷାକ ପିନ୍ଧି ଆସିପାରିବେନି ଛାତ୍ରଛାତ୍ରୀ । ପାରମ୍ପରିକ ପୋଷାକ ପିନ୍ଧି ଆସିବା ପାଇଁ ଛାତ୍ରଛାତ୍ରୀଙ୍କୁ ନୋଟିସ ଜାରି କରାଯାଇଛି । ଯଦି କେହି ଏହି ନିୟମକୁ ଖିଲାପ କରନ୍ତି ତେବେ ତାଙ୍କୁ ଗେଟ୍ ଭିତରକୁ ଛଡ଼ା ନଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି ।ବସନ୍ତ ଉତ୍ସବ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ରାଜ୍ୟର ସଂସ୍କୃତିକୁ ବଜାୟ ରଖିବାକୁ ପାଇଁ ଏଭଳି ନିଷ୍ପତ୍ତିି ନିଆଯାଇଥିବା କୁହାଯାଇଛି ।