ଓଡ଼ିଶାରେ ଆରମ୍ଭ ହେଲା ଭୋଟ୍ ଗଣତି

ଭୁବନେଶ୍ୱର,୪/୦୬: ଓଡ଼ିଶାରେ ଆରମ୍ଭ ହେଲା ଭୋଟ୍ ଗଣତି । ନିର୍ବାଚନ ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହେଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୪୬ ହଜାର ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେଇଛି । ପ୍ରତି ଟେବୁଲରେ ୫୦୦ ପୋଷ୍ଟାଲ ବାଲାଟ୍ ଗଣତି ହେଉଛି । ପୋଷ୍ଟାଲ ବାଲାଟ୍ ଗଣତି ଶେଷ ହେବା ପରେ ଇଭିଏମ୍ ଗଣତି ଆରମ୍ଭ ହେବ । ଗଣତି କେନ୍ଦ୍ରରେ ଏବେ ବିଭିନ୍ନ ପ୍ରାର୍ଥୀଙ୍କ ଏଜେଣ୍ଟ ପ୍ରସ୍ତୁତ ହେଇ ରହିଛନ୍ତି , ରାଜ୍ୟରେ ମୋଟ ୭୦ଟି ଗଣତି କେନ୍ଦ୍ର କରାଯାଇଛି । ଆଉ ନିର୍ବାଚନ ରେଜଲ୍ଟ ଉପରେ ରହିଛି ସମସ୍ତଙ୍କର ନଜର । ଆଜି ଲୋକସଭାର ୫୪୩ ଏବଂ ଓଡିଶା ବିଧାନସଭାର ୧୪୭ ଆସନରେ ରେଜଲ୍ଟ ଆସିବାକୁ ଯାଉଛି । କେନ୍ଦ୍ରରେ ବିଜେପିକୁ କଂଗ୍ରେସ ଜୋରଦାର ଟକ୍କର ଦେଉଥିବାବେଳେ, ରାଜ୍ୟରେ ବିଜେଡିକୁ ଟକ୍କର ଦେଉଛି ବିଜେପି ।