ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ

ଭୁବନେଶ୍ୱର, ୧୦/୧୧: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି।ଉଭୟ ସ୍ଥାନରେ ପ୍ରଥମେ ଗଣାଯାଇଛି ପୋଷ୍ଟାଲ ବାଲଟ। ପରେ ସାଢ଼େ ୮ଟାରୁ ୧୪ଟି ଲେଖାଏଁ ଟେବୁଲରେ EVM ଭୋଟ ଗଣତି ଆରମ୍ଭ ହୋଇଛି। ଗଣତି ଶେଷରେ ୫ଟି ଲେଖାଏଁ ବୁଥ୍‌ର VVPAT ସ୍ଲିପ୍‌ ଗଣତି ହେବ ବୋଲି ସୂଚନା ମିଳିଛି। ୧୧ଟି ରାଜ୍ୟର ୫୮ଟି ଆସନରେ ଉପନିର୍ବାଚନ ପାଇଁ ଚାଲିଛି ଗଣତି ।