ଭାରତ ଆସିବେ ରଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍

ନୂଆଦିଲ୍ଲୀ,୨୭/୦୩: ଭାରତ ଆସିବେ ରଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ।  ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏନେଇ ସୁଚନା ଦେଇଛନ୍ତି । ଏଥିପାଇଁ ଦୁଇ ଦେଶ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ଗ୍ରହଣ କରି ପୁଟିନ୍ ଭାରତ ଆସିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ଋଷ ଗସ୍ତ ଯାଇଥିଲେ । ଏବେ ଆମର ପାଳି ବୋଲି କହିଛନ୍ତି ଋଷର ବୈଦେଶିକ ମନ୍ତ୍ରୀ । ଦୁଇ ଦେଶ ମଧ୍ୟରେ ଦିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ବଡ଼ ଚୁକ୍ତି ସ୍ବାକ୍ଷର ହୋଇପାରେ ବୋଲି କୁହାଯାଉଛି । ତେବେ କେବେ ପୁଟିନ ଭାରତ ଆସିବେ ସେନେଇ ନିର୍ଦ୍ଧାରିତ ତାରିଖ ସମ୍ପର୍କରେ କିଛି ସୂଚନା ଦେଇନାହାନ୍ତି ସର୍ଗେଇ ।

Leave a Reply

Your email address will not be published. Required fields are marked *