ବରିଷ୍ଠ IAS ଭି.କେ.ପାଣ୍ଡିଆନଙ୍କୁ ମିଳିଲା FIH ପ୍ରେସିଡେଣ୍ଟସ ଆୱାର୍ଡ

ଭୁବନେଶ୍ୱର, ୨୨/୫: IAS ଭି.କେ. ପାଣ୍ଡିଆନଙ୍କୁ ଆଜି FIHର ସମ୍ମାନଜନକ ପ୍ରେସିଡେଣ୍ଟସ ଆୱାର୍ଡ ଦିଆଯାଇଛି। ଭର୍ଚୁଆଲରେ ଆୟୋଜନ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭି. କେ ପାଣ୍ଡିଆନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କୁ ୪୭ ତମ FIH କଂଗ୍ରେସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାରେ ହକି ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ଏହି ପୁରସ୍କାରରେ ପୁରସ୍କୃତ କରାଯାଇଛି। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଅଛନ୍ତି ଭି.କେ. ପାଣ୍ଡିଆନ।ପାଣ୍ଡିଆନଙ୍କୁ ଏହି ପୁରସ୍କାର ମିଳିବା ପରେ ହକି ଇଣ୍ଡିଆ ତାଙ୍କୁ ଅଭିନନ୍ଦନ ଜଣାଇଛି।