ସାଲେପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସହ ବିରୋଧୀଙ୍କୁ ଟାର୍ଗେଟ କରି କହିଲେ ଏହା ଆପଣଙ୍କର ଡବଲ ଇଞ୍ଜିନ ସରକାର କି ?

ଭୁବନେଶ୍ୱର, ୨୦/୦୫:ଆଜି ସାଲେପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ବିକାଶମୂଳକ କାମର ହିସାବ ଦେଇଛନ୍ତି ପାଣ୍ଡିଆନ । ଏହାସହ ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ଏବେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆସି କହୁଛନ୍ତି ଧାନର ଏମଏସପି ୨୨୦୦ ଟଙ୍କା ମିଳୁଛି ଏହା ମୋତେ ଦୁଃଖ ଦେଉଛି । କିନ୍ତୁ ଓଡ଼ିଶାରେ ଚାଷୀକୁ ୨୨୦୦ ଟଙ୍କା କିଏ ଦେଉଛି? କେନ୍ଦ୍ର ସରକାର ହିଁ ଧାନର ଏମଏସପି ଦେଉଛି । ଏହା ରାଜ୍ୟର କ୍ଷମତା ନୁହେଁ । ଭୋଟ ପାଇଁ କେତେ ମିଛ କହିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହୁଛନ୍ତି, ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି ସେଠାରେ କାମ ଜୋରସୋରରେ ହେଉଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ଥରେ ସମ୍ବଲପୁରରୁ କଟକ ଏନଏଚ୍-୫୫ରେ ଆସନ୍ତୁ । ଏହି ରାସ୍ତା କେନ୍ଦ୍ର ଅଧୀନରେ ଆସୁଛି । ଦୀର୍ଘ ୮ ବର୍ଷ ହେଲାଣି କାମ ଚାଲୁଛି ସରୁନି । ୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । କେଉଁଠି ଗଲା କେନ୍ଦ୍ର ସରକାରଙ୍କ ସ୍ପିଡ କାମ । କିନ୍ତୁ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ବିଜୁ ଏକ୍ସପ୍ରେସ ୱେ ଭଳି ନୂଆ ରାସ୍ତା କରି ଦେଖାଇଛନ୍ତି । ୮ ବର୍ଷରେ କେନ୍ଦ୍ର ପୁରୁଣା ରାସ୍ତାଟିଏ ମଧ୍ୟ ସମ୍ପୂର୍ଣ୍ଣ କରିପାରୁନି । ଏହା ପ୍ରଧାନମନ୍ତ୍ରୀଙ୍କ ଡବଲ ଇଞ୍ଜିନ ବୋଲି କି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ ।