୨୦୨୪ ସାଧାରଣ ନିର୍ବାଚନ ଲଢ଼ିବେନି ଭି.କେ. ପାଣ୍ଡିଆନ

ଭୁବନେଶ୍ୱର,୧୫/୧୨: ବିଜେଡି କାର୍ଯ୍ୟକାରିଣୀରୁ ଆସିଛି ବଡ ଖବର। ୨୦୨୪ ସାରଧାରଣ ନିର୍ବାଚନରେ ଲଢିବେ ନାହିଁ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ସେ କିନ୍ତୁ ସବୁ ନିର୍ବାଚବନ ମଣ୍ଡଳିରେ ବିଜେଡି କିଭଳି ଭଲ ପ୍ରଦର୍ଶନ କରିବ, ସେଥିପାଇଁ ରଣନୀତି ପ୍ରସ୍ତୁତ କରିବେ । ଅକ୍ଟୋବର ୨୩ ତାରିଖରେ ଆଇଏଏସ୍ ଚାକିରିରୁ ଭିଆରଏସ ନେଇଥିଲେ ଭି.କେ ପାଣ୍ଡିଆନ୍ । ନଭେମ୍ବର ୨୭ ତାରିଖ କାର୍ତିକ ପୂର୍ଣ୍ଣିମା ଦିନ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଥିଲେ । ସେ ୨୦୨୪ ନିର୍ବାଚନ ରେ କେଉଁ ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢ଼ିବେ, ସେ ନେଇ ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା ।