ଜଗତସିଂହପୁରରେ 5T ସଚିବ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ୱର,୩୦/୦୬: ବିରୋଧୀଙ୍କ ବିରୋଧ ଭିତରେ 5T ସଚିବ ଭି.କେ ପାଣ୍ଡିଆନଙ୍କ ଜଗତସିଂହପୁର ଗସ୍ତ ଯାଇଛନ୍ତି। ଦ୍ୱିତୀୟ ଦିନ ଗସ୍ତରେ ଶାରଳା ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିବା ସହ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି  । ଏହା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କରିଛନ୍ତି ସମୀକ୍ଷା ।ଗତକାଲି ଜଗତସିଂହପୁର ଜିଲ୍ଳାକୁ ଗସ୍ତ କରୁଥିବାବେଳେ ବିଭିନ୍ନ ସ୍ଥାନରେ ବିରୋଧ କରିଥିଲା ବିଜେପି । ପାରାଦୀପ ବିଜେପି ପକ୍ଷରୁ ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଭିନ୍ନ ସ୍ଥାନରେ ହୋଇଥିଲା ବିକ୍ଷୋଭ । ପାରାଦୀପ, କୁଜଂଗ, ରାହାମାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ସଚିବଙ୍କ ହେଲିକପ୍ଟର ଆକାଶ ମାର୍ଗରେ ଯାଉଥିବାବେଳେ, କଳା ବେଲୁନ୍ ଉଡାଇ, କଳା ପୋଷାକ ପିନ୍ଧି, ପ୍ଲାକାର୍ଡ ଧରି ବିଜେପି ନେତା ଓ କର୍ମୀ ପ୍ରତିବାଦ କରିଥିଲେ ।