କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ୫-ଟି ସଚିବ, ହସ୍ପିଟାଲ ଭିତ୍ତିଭୂମି ବିକାଶର କଲେ ସମୀକ୍ଷା

ଭୁବନେଶ୍ୱର,୧୬/୧୧: କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ । ହସ୍ପିଟାଲ ଗସ୍ତ କରିବା ସହିତ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି । ଟ୍ରମା କେୟାରରୁ ନେଇ ରିସର୍ଚ୍ଚ ଟ୍ରମା କେୟାର, ସର୍ଜରୀ ବ୍ଲକ, ବରିଷ୍ଠ ଡାକ୍ତରଙ୍କ କ୍ୱାର୍ଟର ଭିତ୍ତିଭୂମିର ବିକାଶ କେତେ ଦୂର ହୋଇଛି ତାର ସମୀକ୍ଷା କରିଛନ୍ତି । ସେହିଭଳି ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣାଧୀନ କନଷ୍ଟ୍ରକ୍ସନ ବୁଲିବା ସହିତ ବହୁ ସମୟ ଧରି ଆଲୋଚନା କରିଛନ୍ତି ।