ଚମ୍ପୁଆରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭିକେ ପାଣ୍ଡିଆନ

ଭୁବନେଶ୍ୱର, ୨୧/୦୫: ଚମ୍ପୁଆରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ମା’ ମାନେ ହେଉଛି ବିଜେଡିର ଶକ୍ତି । ସେମାନଙ୍କ ପାଇଁ ଅନେକ ପ୍ରକାର ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଷ୍ମୀ ବସରେ ୫ ଟଙ୍କାରେ ଯାତ୍ରା, ମିଶନ ଶକ୍ତି ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ବ୍ୟବସ୍ଥା, ମମତା ଯୋଜନାରେ ମା’ ମାନଙ୍କୁ ୧୦ ହଜାର ଟଙ୍କା ମିଳୁଛି । ସେହିଭଳି ଆଦିବାସୀଙ୍କ ବିକାଶ ପାଇଁ ଏସଡିସି ଗଠନ କରିବା ସହ ସେମାନଙ୍କ ଉପରେ ଥିବା ୫୦ ହଜାର ପୋଲିସ ମାମଲା ପ୍ରତ୍ୟାହାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧିକ ହଷ୍ଟେଲ ନିର୍ମାଣ କରିବା ସହ ସେମାନଙ୍କୁ ପାଠ ପଢାଇବା ଦିଗରେ ଅନେକ ଯୋଜନା କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଆସୁଥିବା ବଜେଟକୁ ହ୍ରାସ କରି ଚାଲିଛନ୍ତି । ଆଦିବାସୀଙ୍କ ପାଇଁ ଲାଭ ଯୋଜନା ଆଣିଛନ୍ତି ନବୀନ । ଯେଉଁମାନେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଛନ୍ତି ସେମାନଙ୍କ ଠାରୁ ସମସ୍ତ ଜଙ୍ଗଲଜାତ ଦ୍ରବ୍ୟକୁ ସରକାର ଠିକ୍ ମୂଲ୍ୟରେ କିଣିବେ । ଯାହାଦ୍ୱାରା ଆଦିବାସୀ ଭାଇଭଉଣୀ ମାନେ ଅଧିକ ଲାଭାନିତ୍ୱ ହେବେ ।