ବୌଦ୍ଧରେ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କଲେ ଭିକେ ପାଣ୍ଡିଆନ

ଭୁବନେଶ୍ୱର,୫/୦୫: ବୌଦ୍ଧରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭି.କେ ପାଣ୍ଡିଆନ । ଜିଲ୍ଲା ଗସ୍ତ ସମୟରେ ପାଇଥିବା ଆବେଦନର କେତେ କାମ ହୋଇଛି ତାହାର ହିସାବ ଦେବା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି । ଏହାସହ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ନିର୍ବାଚନ ସମୟରେ ବିରୋଧୀ ମାନେ ପର୍ଯ୍ୟଟକ ଭଳି ଆସିବେ । ବଡ ବଡ କଥା କହିବେ, ନିର୍ବାଚନ ପରେ ଆଉ ସେମାନଙ୍କର ଦେଖାଦର୍ଶନ ମିଳିବନି । କିନ୍ତୁ ବିଜେଡିର ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ପ୍ରଦୀପ ଅମାତ ଲୋକଙ୍କ ସହ ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ହିସାବ ଦେବାରେ ବିଶ୍ୱାସ କରନ୍ତି । ଯାହା ବି ଆବେଦନ ମିଳୁଛି ତାହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଏଥର ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଛନ୍ତି ପାଣ୍ଡିଆନ ।