ପୁରୀ ଗସ୍ତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର,୧୬/୧୨: ଡିସେମ୍ବର ଶେଷ ସୁଦ୍ଧା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବ । ଏହାରି ଭିତରେ ପୁରୀ ଗସ୍ତ କରି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ସମୟରେ ବିଭିନ୍ନ ସ୍ଥାନ ବୁଲି କାମର ଅଗ୍ରଗତିକୁ ଦେଖିଥିଲେ । ଶ୍ରଦ୍ଧାଳୁ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଏ ଦିଗରେ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମନ୍ଦିରକୁ ଆସୁଥିବା ଲୋକେ କିଭଳି ତାଙ୍କ ଯାନବାହାନ ଠିକ୍ ଭାବେ ପାର୍କିଂ କରିପାରିବେ ତା ଉପରେ ମଧ୍ୟ ସମୀକ୍ଷା କରିଥିଲେ । ନୂଆ ବର୍ଷରେ ଶ୍ରଦ୍ଧାଳୁ ନୂଆ ଅନୁଭୁତି ପାଆନ୍ତୁ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଜାନୁଆରୀ ୧୭ରେ ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପର ଲୋକାର୍ପଣ ହେବ ।