ଓଡ଼ିଶାକୁ ୫ ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ କଟକଣା

ଭୁବନେଶ୍ୱର, ୨୭/୨:ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ସବୁ ପରିସ୍ଥିତି କୁ ଦ୍ରୁଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଓଡ଼ିଶାକୁ ୫ ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ କଟକଣା ଲାଗୁ ହୋଇଛି। ୫ ରାଜ୍ୟଗୁଡିକ ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼। ସେମାନେ ୭ ଦିନ ହୋମ୍‌ ଆଇସୋଲେସନରେ ରହିବା ବାଧ୍ୟତାମୂଳକ କରାଯିବ।ଯଦି ୭୨ ଘଣ୍ଟାର କୋଭିଡ ନେଗେଟିଭ ରିପୋର୍ଟ ଥିବ ତେବେ ହୋମ୍‌ ଆଇସୋଲେସନ ବାଧ୍ୟତାମୂଳକ ନୁହେଁ। କୌଣସି ଲକ୍ଷଣ ଥିଲେ RT-PCR ଟେଷ୍ଟ କରାଯିବ। ସ୍ଥିତି ଦେଖି ଅନ୍ୟ ରାଜ୍ୟ ଫେରନ୍ତାଙ୍କ ପାଇଁ ନିୟମ ଲାଗୁ ହୋଇପାରେ ବୋଲି ସୂଚନା ମିଳିଛି।