ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିଲେ ବିରାଟ କୋହଲି

ନୂଆଦିଲ୍ଲୀ, ୧୫/୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି। ଏନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୭ ବର୍ଷ ଧରି ସବୁ କାର୍ଯ୍ୟ ସଚ୍ଚୋଟତା ସହ କରିଛନ୍ତି। ଏହାସହ ସେ BCCI, ରବି ଶାସ୍ତ୍ରୀ ଓ ଧୋନିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୂର୍ବରୁ ଦିନିକିଆ ଓ ଟି-୨୦ରୁ ଅଧିନାୟକ ପଦ ଛାଡ଼ିଛନ୍ତି କୋହଲି।