ଜୁଲନା ନିର୍ବାଚନ ମଣ୍ଡଳୀରେ ବାଜିମାତ୍‌ କଲେ କଂଗ୍ରେସର ଭିନେଶ ଫୋଗଟ୍‌

ନୂଆଦିଲ୍ଲୀ,୮/୧୦: ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନ ମଣ୍ଡଳୀରେ ବାଜିମାତ୍‌ କରିଛନ୍ତି କଂଗ୍ରେସର ଭିନେଶ ଫୋଗଟ୍‌। ମଙ୍ଗଳବାର ଦିନ ହରିଆଣା ବିଧାନସଭା ନିର୍ବାଚନରେ ସେ ​​ଜୁଲାନା ଆସନ ଜିତିଛନ୍ତି ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ସେ ନିଜର ପ୍ରଥମ ନିର୍ବାଚନରେ ​​ବିଜେପି ପ୍ରତିଦ୍ୱନ୍ଦ୍ୱୀ ଯୋଗେଶ କୁମାରଙ୍କୁ ୬,୦୧୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଜିନ୍ଦ ଜିଲ୍ଲାର ଏହି ହାଇ-ପ୍ରୋଫାଇଲ୍ ନିର୍ବାଚନମଣ୍ଡଳୀରେ ଭାରତୀୟ ଜାତୀୟ ଲୋକ ଦଳ (ଆଇଏନ୍‌ଏଲ୍‌ଡି) ପ୍ରାର୍ଥୀ ସୁରେନ୍ଦର ଲାଥର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଗଣନା ଆରମ୍ଭ ହେବାବେଳେ ଫୋଗେଟ୍ ପ୍ରଥମେ ଆଗୁଆ ରହିଥିଲେ। କିଛି ସମୟ ବ୍ୟବଧାନରେ ସେ ପୁନର୍ବାର ଆଗରରେ ରହି ବିଜୟ ହାତେଇବାରେ ସଫଳ ରହିଛନ୍ତି।

ଏହି ଆସନରେ ବିଜେପିର ଯୋଗେଶ ଆଗୁଆ ରହି ଆସୁଥିବା ବେଳେ ଭିନେଶ ତାଙ୍କ ପଛରେ ପଡ଼ିଥିଲେ। ମାତ୍ର ଟ୍ରେଣ୍ଡ୍‌ ବଦଳିବା ପରେ ଭିନେଶ ଆଉ ପଛେଇ ନଥିଲେ।
ଜୁଲନାରେ ଏବେ ଆଗରେ ରହି ବିଜୟ ହାସଲ କରିଛନ୍ତି କୁସ୍ତି ଯୋଦ୍ଧା ତଥା ଅଲମ୍ପିକ୍‌ ‌ତାରକା ଭିନେଶ ଫୋଗଟ୍‌। ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନମଣ୍ଡଳୀ ଏକ ପ୍ରମୁଖ ଯୁଦ୍ଧକ୍ଷେତ୍ର ଭାବରେ ଉଭା ହୋଇଥିଲା।

Leave a Reply

Your email address will not be published. Required fields are marked *