ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲରୁ ବଞ୍ଚିତ ହେବା ପରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇନଥିଲେ ଭିନେଶ

ଭୁବନେଶ୍ୱର,୨/୧୦: ଓଜନ ଜନିତ କାରଣରୁ ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲରେ ଖେଳିବାରୁ ବଞ୍ଚିତ ହୋଇଥିଲେ ରେସଲର ଭିନେଶ ଫୋଗାଟ। ଏହା ପରେ ତାଙ୍କୁ ଫୋନ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ ତାଙ୍କ ସହିତ କଥା ହେବାକୁ ମନା କରି ଦେଇଥିଲେ ଭିନେଶ। ରେସଲରରୁ ରାଜନେତା ହୋଇ କଂଗ୍ରେସ ଟିକେଟରେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ୁଥିବା ଭିନେଶ ଆଜି ନିଜେ ଏହି ଦାବି କରିଛନ୍ତି।ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଫୋନ୍ ଆସିଥିଲା କିନ୍ତୁ ମୁଁ କଥା ହେବାକୁ ମନା କରି ଦେଇଥିଲି। ସେହି କଲ୍‌ ମୋତେ ସିଧାସଳଖ ଆସି ନଥିଲା। ସେଠାରେ ଉପସ୍ଥିତ ଭାରତୀୟ ଅଧିକାରୀମାନେ ମୋତେ କହିଥିଲେ ଯେ ସେ ମୋ ସହିତ କଥା ହେବାକୁ ଚାହୁଁଛନ୍ତି। କିନ୍ତୁ ସେମାନେ ସର୍ତ୍ତ ରଖିଥିଲେ। ସେମାନେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଁ କଥା ହେବା ବେଳେ ମୋ ଟିମ୍‌ରୁ କେହି ସେଠାରେ ଉପସ୍ଥିତ ରହିବେ ନାହିଁ। କିନ୍ତୁ ସେମାନଙ୍କ (ଅଧିକାରୀଙ୍କ) ପକ୍ଷରୁ ଦୁଇ ଜଣ ଉପସ୍ଥିତ ରହି ପୂରା ବାର୍ତ୍ତାଳପକୁ ରେକର୍ଡ କରିବେ। ଏହା ସୋଶାଲ ମିଡିଆ ପାଇଁ ଆବଶ୍ୟକ ବୋଲି ସେମାନେ କହିଥିଲେ। କିନ୍ତୁ ମୁଁ ଚାହୁଁ ନଥିଲି ଯେ ମୋ ଭାବନାକୁ ଓ କଠିନ ପରିଶ୍ରମକୁ ସୋଶାଲ ମିଡିଆରେ ଉପହାସ କରାଯାଉ।

Leave a Reply

Your email address will not be published. Required fields are marked *