ମାତ୍ର ୧୦୦ ଗ୍ରାମ ପାଇଁ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ହେଲେ ଭିନେଶ ଫୋଗାଟ

ନୂଆଦିଲ୍ଲୀ,୭/୦୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଛି ବଡ଼ ଝଟକା । ମେଡାଲ ଜିତିବା ସ୍ବପ୍ନ ଭାଙ୍ଗିବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟ ମଧ୍ୟ ଭାଙ୍ଗିଛି । ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ୍‌ କୁସ୍ତିରେ ହ୍ୟାଟ୍ରିକ୍ ବିଜୟ ହାସଲ କରି ଭିନେଶ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିବା ପରେ ଭାରତ ପାଇଁ ଏକ ଗର୍ବର ବିଷୟ ପାଲଟିଥିଲା। ସେମିଫାଇନାଲରେ ଜାପାନର ୟୁଇ ସୁସାକିଙ୍କୁ ପରାସ୍ତ କରି ବଡ଼ ବିପର୍ୟ୍ୟୟ ସୃଷ୍ଟି କରିଥିଲେ ବିନେଶ । ଟୋକିଓ ଅଲିମ୍ପିକ୍ସ ବିଜୟିନୀ ତଥା ଚାରି ଥର ବିଶ୍ବ ଚାମ୍ପିଅନ ଥିବା ସୁସାକିଙ୍କୁ ପରାସ୍ତ କରିବା ସହ ଇତହାସ ରଚିଥିଲେ ବିନେଶ । ଆଜି ହୋଇଥାନ୍ତା ଫାଇନାଲ ଫାଇଟ୍ । କିନ୍ତୁ ମ୍ୟାଚ୍ ପୂର୍ବରୁ ହିଁ ଅଲିମ୍ପିକ୍ସରୁ ବାଦ ପଡ଼ିଛନ୍ତି ଭାରତୀୟ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗାଟ୍ । ୫୦ କିଲୋଗ୍ରାମ ବର୍ଗରେ ମାତ୍ର ୧୫୦ ଅଧିକ ଓଜନ ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଏବେ ରୌପ୍ୟ ପଦକ ପାଇବାକୁ ମଧ୍ୟ ଯୋଗ୍ୟ ନୁହଁନ୍ତି ବିନେଶ । ପ୍ୟାରିସ୍ ଅଲିମ୍ପିକ୍ସରେ ଭିନେଶ ଫୋଗଟ୍ ଆଉ କୌଣସି ପଦକ ଜିତିବେ ନାହିଁ। ମଙ୍ଗଳବାର ରାତିରେ ଭିନେଶ ଫୋଗଟଙ୍କ ଓଜନ ୫୦ କିଲୋ ଥିବା ବେଳେ ବୁଧବାର ମାତ୍ର ୧୫୦ ଗ୍ରାମ୍‌ ବଢ଼ିଯିବାରୁ ତାଙ୍କୁ ଖେଳରୁ ବିଦାୟ ନେବାକୁ ପଡ଼ିଛି।

ଏହାପରେ ବିନେଶଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ବିନେଶଙ୍କୁ ସମର୍ଥନ କରିବା ସହ ସେ ଚାମ୍ପିଅନ୍ସଙ୍କ ମଧ୍ୟରେ ଚାମ୍ପିଅନ ବୋଲି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଘଟଣା ପରେ ଏବେ ବିନେଶଙ୍କୁ ସମର୍ଥନ କରିଛନ୍ତି ପ୍ରତି ଭାରତୀୟ ।