ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର,୧୪/୧୦: ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ । ବାଲେଶ୍ବର କ୍ଷୁଦ୍ର ଜଳସେଚନ ଡିଭିଜନ ଯନ୍ତ୍ରୀ ମହେଶ ପଟ୍ଟନାୟକଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ ହୋଇଥିବା ସୂଚନା ରହିଛି। ତାଙ୍କର ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ବାଲେଶ୍ବର, ଭୁବନେଶ୍ବର, ବାରିପଦା, ରାୟଗଡ଼ା ଓ ବିଶାଖାପାଟଣାରେ ରେଡ୍‌ ଜାରି ରହିଛି। ରେଡ୍‌ରେ ୩ DSP, ୧୨ ଇନସପେକ୍ଟର, ୭ ଅଫିସର ସାମିଲ ଅଛନ୍ତି।