ଭିଜିଲାନ୍ସ ଜାଲରେ ITDA ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର, ୨୫/୧୧:ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ITDA ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ। ସନ୍ତୋଷଙ୍କ ଘରୁ ଏବେ ପର୍ଯ୍ୟନ୍ତ ନଗଦ ୧୩ ଲକ୍ଷ ୬ ହଜାର ଟଙ୍କା ଜବତ ହୋଇଛି। ଏହାସହ ଭୁବନେଶ୍ବର ବଡ଼ଗଡ଼ରେ ୫୬.୬୨ ଲକ୍ଷ ଟଙ୍କା ମୂଲ୍ୟର ଏକ ୪ ମହଲା କୋଠା, ଭୁବନେଶ୍ବର ଶୈଳଶ୍ରୀ ବିହାରରେ ଏକ ଫ୍ଲାଟ୍, କଳିଙ୍ଗ ବିହାରରେ ନିର୍ମାଣାଧୀନ ଘର ରହିଛି। ଖାଲି ଏତିକି ନୁହେଁ ସନ୍ତୋଷଙ୍କ ନାଁରେ ବାଲେଶ୍ବରରେ ଏକ ୪ ମହଲା କୋଠା ଓ ୩ଟି ପ୍ଲଟ୍ ଠାବ ହୋଇଛି । ଗୋଟିଏ ୪ଟି ଚକିଆ ଏବଂ ୩ଟି ଦୁଇ ଚକିଆ ଯାନ ମଧ୍ୟ ଜବତ ହୋଇଛି। ଏତତ୍ ବ୍ୟତୀତ ସନ୍ତୋଷଙ୍କ ବାଲିଆପାଳ ବଢ଼ାପାଳରେ ଥିବା ପୈତୃକ ଘରେ, ବାଲେଶ୍ବର ପିତିନାରେ ଥିବା ଶ୍ବଶୁର ଘର, LIC କଲୋନୀରେ ଜ୍ବାଇଁଙ୍କ ଭଡ଼ା ଘର,  ବାଲିଆପାଳ ଡୁଡପାଲରେ ଥିବା ଜ୍ବାଇଁଙ୍କ ପୈତୃକ ଘରେ ମଧ୍ୟ ରେଡ୍‌ ହୋଇଛି।