ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର, ୨୨/୧୦(ଦି ପ୍ରଗତି ନ୍ୟୁଜ୍):  ଆଜି ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ସହକାରୀ ଯନ୍ତ୍ରୀ । ତାଙ୍କ ପାଖରୁ ୧ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଠାବ କରିଥିବା ସୂଚନା ମିିଳିଛି। ଯନ୍ତ୍ରୀଙ୍କ ନାମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ  ୧୯ ଟି ପ୍ଲଟ୍ ରହିଛି।

ସେହିପରି ଗତକାଲି ଆରଆଣ୍ଡବି ଡିଭିଜନ-୫ର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିିଲା । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା। ତାଙ୍କର ଭୁବନେଶ୍ୱର ସ୍ଥିତ ଗଙ୍ଗନଗରରେ ଥିବା ଘର, ଅଫିସ, ଗଞ୍ଜାମର ବଡ଼ଗଡ଼, ସୋରଡ଼ା ଓ ଗାନ୍ଧିନଗରରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।