ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼୍

ଭୁବନେଶ୍ୱର, ୨୦ା୧୦(ଦି ପ୍ରଗତି ନ୍ୟୁଜ୍): ଆଜି ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । ତାଙ୍କର ନୟାପଲ୍ଲୀ, ବାଲିଅନ୍ତା ଓ ନହରକଣ୍ଟାରେ ଥିବା ଘରେ ରେଡ଼ ପଡ଼ିଛି । ଏହାସହ ଭୁବନେଶ୍ୱର ସ୍ଥିତ ୟୁନିଟ-୩ରେ ଥିବା ଅଫିସ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି । ବର୍ତ୍ତମାନ ରବୀନ୍ଦ୍ର ଜିପିଏଚ୍ ଡ଼ିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଛନ୍ତି ।