ଭିଜିଲାନ୍ସ ଜାଲରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୨ ଅଧିକାରୀ

ଭୁବନେଶ୍ୱର, ୯/୧୦:  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୨ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିିିଛନ୍ତି। SPCB ଅଧିକାରୀ ପି.କେ. ମହାପାତ୍ରଙ୍କଠାରୁ ୧.୭୫ ଲକ୍ଷ ଟଙ୍କା ଜବତ ହୋଇଛି।ରାଉରକେଲାରୁ ଭୁବନେଶ୍ବର ଆସିବା ବେଳେ ଏହି ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହାପରେ ମହାପାତ୍ରଙ୍କ ଭୁବନେଶ୍ବର ସୁନ୍ଦରପଦା ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ସେହିପରି ବାଲେଶ୍ବର SPCB ଅଧିକାରୀ ନରୋତ୍ତମ ବେହେରା ବି ଧରାପଡ଼ିଛନ୍ତି। ଟାଙ୍ଗୀ ଛକରେ ନରୋତ୍ତମଙ୍କଠାରୁ ୮୯ ହଜାର ଟଙ୍କା ଜବତ ହୋଇଥିବା ବେଳେ ତାଙ୍କ ଭୁବନେଶ୍ବର ଘରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।