ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ

ଭୁବନେଶ୍ୱର, ୨୯/୯: ଭିଜିଲାନ୍ସ ଜାଲରେ ପଡିଛନ୍ତି ଦେବଗଡ଼ ଅବକାରୀ ଅଧୀକ୍ଷକ ଅଜିତ ମହାପାତ୍ର । ଆଜି ଅବକାରୀ ଅଧୀକ୍ଷକଙ୍କ ଦେବଗଡ଼ ସ୍ଥିତ ବାସଭବନରେ ଚଢ଼ାଉ ହୋଇଥିଲା। ASI ମଥୁରା ପ୍ରଧାନଙ୍କ ଜରିଆରେ ଲାଞ୍ଚ ନେବା ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ୧.୫ ଲକ୍ଷ ଟଙ୍କା ମଦ ଭାଟି ମାଲିକଙ୍କଠୁ ନେଲା ବେଳେ ମଥୁରା ଧରାପଡ଼ିଲେ। ୩ ଲକ୍ଷ ଟଙ୍କା ଦାବି କରି ପ୍ରଥମ କିସ୍ତିରେ ୧.୫ ଲକ୍ଷ ନେଇ ଧରାପଡ଼ିଛନ୍ତି । ସୂଚନାଯୋଗ୍ୟ ଯେ ବାରକୋଟ ଥାନା ବିଦେଇ ବଡ଼କୁଦର ମଦଭାଟିରେ ଲାଞ୍ଚ ନେଇ ସେ ଧରାପଡ଼ିଛନ୍ତି।