OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର, ୩୦/୭: ଆଜି OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ଘରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଏ ପର୍ଯ୍ୟନ୍ତ ୨ ମହଲା ୨ଟି କୋଠା, ୯ଟି ପ୍ଲଟ, ୧୩ ଲକ୍ଷ ଟଙ୍କା ଜବତ ହୋଇଛି। ବିରଞ୍ଚି ନାରାୟଣ ସାହୁଙ୍କ ଶାଳକଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି। ସେଠାରୁ ମଧ୍ୟ ବହୁ ପରିମାଣ ନଗତ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ ଭୁବନେଶ୍ବର ଓ କଟକ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ୩ଟି ଟିମ୍‌ରେ ୪ ଜଣ DSP, ୧୩ ଇନ୍ସପେକ୍ଟରଙ୍କୁ ନେଇ ଚଢ଼ାଉ ଚାଲିଛି।