ଭିଜିଲାନ୍ସ ଜାଲରେ ଖଡ଼ିଆଳ ରେଞ୍ଜର

ଭୁବନେଶ୍ୱର, ୧୮/୩: ଆଜି ନୂଆପଡ଼ା ସ୍ଥିତ ଖଡ଼ିଆଳ ରେଞ୍ଜର ସଦାନନ୍ଦ ସୁନାନୀ ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ତାଙ୍କର ଏକକାଳୀନ ୩ ଟି ଜାଗାରେ  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା ରହିଛି। ୩ଟି ଜାଗା ସରକାରୀ ବାସଭବନ, ସିନାପାଲି ବ୍ଲକ୍‌ ନିଲିଜିରେ ଥିବା ପୈତୃକ ଘର ଓ ରେଞ୍ଜରଙ୍କ ଭାଇ ଘର ନେହେନାରେ ବି ଜୟପୁର ଭିଜିଲାନ୍ସର ଚଢ଼ାଉ ଜାରି ରହିଛି ।