ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼, ୧୬/୧୨: ବରଗଡ଼ ଗଣ୍ଠିପାଲି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସର ଚଢ଼ାଉ କରିଛି। ଏକକାଳୀନ ଭିଜିଲାନ୍ସର ୪ଟି ଟିମ୍‌ ପକ୍ଷରୁ ଚଢ଼ାଉ ହୋଇଛି।

ତାଙ୍କର ବରପାଲି ବ୍ଲକ ତିଳେଇମାଲ ବାସଭବନ, ସୁବର୍ଣ୍ଣପୁର ଡୁଙ୍ଗୁରିପାଲିରେ ଥିବା ବାସଭବନ ଓ ବରପାଲି ଏନ୍‌ଏସି କପିଳେଶ୍ବର ନଗର ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି।ବଲାଙ୍ଗିର ଆଗଲପୁରରେ ଥିବା ଘରେ ମଧ୍ୟ ଭିଜିଲାନ୍ସ ରେଡ୍‌ ପକାଇଛି।