ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର,୧୦/୧୦: ଭିଜିଲାନ୍ସ ଜାଲରେ ଫଶିଛନ୍ତି ସହକାରୀ ଯନ୍ତ୍ରୀ। ଆୟ ବହିଭୂର୍ତ ସଂପତ୍ତି ଠୁଳ ଅଭିଯୋଗରେ ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଆଜି ଚଢ଼ାଉ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଏକକାଳୀନ ୬ଟି ସ୍ଥାନରେ କରାଯାଉଛି।

କଟକ ସିଡିଏ ସେକ୍ଟର-୭ରେ ଥିବା ୩ ମହଲା ଘର, ସାଲେପୁର ଚମ୍ପତିପାଟଣାରେ ଥିବା ପୈତୃକ ଘର, ଜଟଣୀ କଣ୍ଟିଲୋରେ ଥିବା ସୃଷ୍ଟି ପ୍ଲାଜାରେ ରେଡ୍ କରାଯାଇଛି। ସେହିପରି ଜଗତସିଂହପୁର କୁଜଙ୍ଗରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଚଢାଉ ହୋଇଛି । ଭିଜିଲାନ୍ସର ୩ଜଣ ଡିଏସପିଙ୍କ ନେତୃତ୍ୱରେ ଚଢାଉ ଜାରି ରହିଛି । ଏଥିରେ ୧୧ ଜଣ ଇନ୍ସପେକ୍ଟର ଓ ୨ ସବ-ଇନ୍ସପେକ୍ଟର ସାମିଲ ଅଛନ୍ତି ।