ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼୍

ଭୁବନେଶ୍ୱର, ୨୧ା୧୦(ଦି ପ୍ରଗତି ନ୍ୟୁଜ୍): ଆଜି ଆରଆଣ୍ଡବି ଡିଭିଜନ-୫ର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । ଏକାକଳୀନ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ତାଙ୍କର ଭୁବନେଶ୍ୱର ସ୍ଥିତ ଗଙ୍ଗନଗରରେ ଥିବା ଘର, ଅଫିସ, ଗଞ୍ଜାମର ବଡ଼ଗଡ଼, ସୋରଡ଼ା ଓ ଗାନ୍ଧିନଗରରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।