ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୮/୨: ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ଘର ସମେତ ଆଉ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ରାଉରକେଲାର ଛେଣ୍ଡ କଳିଙ୍ଗ ବିହାରସ୍ଥିତ ଏମଆଇଜି – ୨୭ ଓ ଏମଆଇଜି –୨୬୪ ଦୁଇଟି ଘର, ଯାଜପୁରର ପୈତୃକ ଘର, ଭୁବନେଶ୍ୱର ଗୋଠପାଟଣାସ୍ଥିତ ଆପାର୍ଟମେଣ୍ଟ ଓ ରାଉରକେଲା ଅଫିସରେ ଏକକାଳୀନ ଚଢ଼ାଉ କରାଯାଇଛି । ସୂଚନାଯୋଗ୍ୟ ଯେ ମନୋରଞ୍ଜନ ପୂର୍ବରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ବରିଷ୍ଠ କିରାଣୀ ଥିଲେ। କିଛି ମାସ ପୂର୍ବରୁ ପଦୋନ୍ନତି ପାଇ ରାଉରକେଲା ତହସିଲ ଅଫିସରେ ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ। ସେ ଏବେ ରାଉରକେଲା ଏଡିଏମ ଅଫିସରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି।