ଭିଜିଲାନ୍ସ ଜାଲରେ କୋଟିପତି ଅଧୀକ୍ଷଣ ଯନ୍ତ୍ରୀ

ଭୁବନେଶ୍ୱର ,୨୮/୩ : କୋଟିପତି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି । ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତ । ରେଡ୍ ସମୟରେ ମିଳିଲାଣି କୋଟି କୋଟି ଟଙ୍କାର ସମ୍ପତ୍ତି। ଚତୁର୍ଥ ଦିନରେ ବି ସରୁନି ଭିଜିଲାନ୍ସ ବିଭାଗର ଖୋଳତାଡ଼ । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରେ ରେଡ୍‌ ସମୟରେ ୧ କୋଟି ୩୯ ଲକ୍ଷ ଟଙ୍କା ଜବତ ହୋଇଥିବା ସମୟରେ ୬୩୦ ଗ୍ରାମ ସୁନା ମଧ୍ୟ ଭିଜିଲାନ୍ସ ବିଭାଗ ଜବତ କରିଛି । ଏଥିସହ ୪ କୋଟି ଟଙ୍କା ବ୍ୟାଙ୍କରେ ଜମା ହୋଇଥିବା ସୂଚନା ଦେଇଛି ଭିଜିଲାନ୍ସ ବିଭାଗ । ଆଜି ଚତୁର୍ଥ ଦିନରେ ଆଶିଷ ଦାସଙ୍କ ମାଲକାନଗିରି ଓ କଟକ ତ୍ରିଶୁଳିଆ ସ୍ଥିତ ଘରେ ଭିଜିଲାନ୍‌ସ ରେଡ୍ ଜାରି ରହିଛି । ତେବେ ସୂଚନା ଅନୁଯାୟୀ ଘଟଣାରେ ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅସ୍ତାବର ସମ୍ପତ୍ତି ଜବତ ହୋଇ ସାରିଲାଣି ।

ସୂଚନା ଅନୁଯାୟୀ, ପୂର୍ବରୁ ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରୁ ୨୧ଲକ୍ଷ ୭୫ହଜାର ଟଙ୍କା ଓ ୬୦୨ ଗ୍ରାମ ସୁନା ଜବତ ହୋଇଥିଲା । ତେବେ ଏହି ସବୁ ସମ୍ପତ୍ତି ମିଶାଇଲେ ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅସ୍ତାବ ସମ୍ପତ୍ତି ଜବତ ହୋଇଛି । ଯାହା ରାଜ୍ୟ ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତର ଏକରକମର ରେକର୍ଡ଼ ସୃଷ୍ଟି କରିଛି । ରେଡ୍‌ ବେଳେ ୧୨ଟି ବ୍ୟାଙ୍କ ଆକାଉଣ୍ଟ ନେଇ ଯାଞ୍ଚ କରାଯାଇଛି । ଆହୁରି ଅନେକ ବ୍ୟାଙ୍କ ଆକାଉଣ୍ଟ ଓ ୨ଟି ବ୍ୟାଙ୍କ ଲକରରେ ଯାଞ୍ଚ ହେବ। ତେଣୁ ଜବତ ସଂପତ୍ତି ପରିମାଣ ଆଗକୁ ଆହୁରି ବଢିପାରେ ବୋଲି ସୂଚନା ମିଳୁଛି ।