ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର, ୧୭/୩:ବାଲେଶ୍ବର ଜିଲ୍ଲା RW ଡିଭିଜନର ସହକାରୀ ଯନ୍ତ୍ରୀ ପ୍ରମୋଦ ବେହୁରିଆଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଏହି ଚଢ଼ାଉ ଟିମ୍‌ରେ ଅଛନ୍ତି ଜଣେ ଅତିରିକ୍ତ SP, ୪ ଜଣ DSP ଏବଂ ୪ ଇନ୍‌ସପେକ୍ଟର। ତାଙ୍କ ପାଖରେ କେତେ ସମ୍ପତି ଅଛି ଚଢ଼ାଉ ଶେଷ ପରେ ଜଣାପଡିବ।