ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ, ଏକକାଳୀନ ବାସଭବନ ସମେତ ୧୦ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର,୧୮/୧୧: ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ତାଙ୍କ ସରକାରୀ ବାସଭବନ ସମେତ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଚାଲିଛି ରେଡ୍ । ଭୁବନେଶ୍ବର, ଢେଙ୍କାନାଳ, ଭଦ୍ରକ ଓ ମୟୁରଭଞ୍ଜର ୧୦ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । ଆୟଠୁ ଅଧିକ ସମ୍ପତ୍ତିଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ ।ଭୁବନେଶ୍ବର ଝାରପଡ଼ାର ୨ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ବିଭାଗ । ଗୋଟିଏ ୩ ମହଲା କୋଠା ଓ ଏକ ମହଲା କୋଠାରେ ଭିଜିଲାନ୍ସ ପହଞ୍ଚିଛି । ସେହିପରି ଭଦ୍ରକ ବାସୁଦେବପୁର ପୈତୃକ ଘର, ବରୁଣାଇର ସମ୍ପର୍କୀୟ ଘର, ଭଣ୍ଡାରୀପୋଖରୀରେ ଥିବା ସହକର୍ମୀଙ୍କ ଘର ସମେତ କୁଆଁସ ଓ ଗେଲପୁରରେ ଚଢାଉ ଚାଲିଛି ।

 

 

Leave a Reply

Your email address will not be published. Required fields are marked *