ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ

ଭୁବନେଶ୍ୱର,୨୪/୧୧: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଂଟ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଂଟ ଗଙ୍ଗା ପାଇକରାୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ । ସଂପୃକ୍ତ ଅଧିକାରୀଙ୍କ ନବରଙ୍ଗପୁର ସ୍ଥିତ ଭଡା ଘର ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଓ ଜୟପୁର ସ୍ଥିତ ତିନୋଟି ଘରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିିଛି । ଡିଏସ ୩ ସିନେମା ହଲ ନିକଟରେ ରହିଛି ଗଙ୍ଗା ପାଇକରାୟଙ୍କ ଭଡା ଘର ।