ରାୟଗଡ଼ା ଡିଏଫଓଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୨୪/୦୮: ରାୟଗଡ଼ା ଡିଏଫଓଙ୍କ ଘରେ ଭିଜିଲାନ୍ସ ରେଡ୍ । ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି । ଆୟଠୁ ଅଧିକ ସମ୍ପତି ଠୁଳ ଅଭିଯୋଗରେ ରାୟଗଡ଼ା, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାର ୭ଟି ସ୍ଥାନରେ ଚଢାଉ ହେଉଛି । ରାୟଗଡ଼ାରେ ଥିବା ସରକାରୀ ବାସଭବନ, ରାଣୀଗୁଡ଼ାରେ ଥିବା ଅଫିସ୍, ଭୁବନେଶ୍ୱର ପଟିଆରେ ତିନି ମହଲା ଘର ଓ ସମ୍ପର୍କୀୟଙ୍କ ଘର, କଟକ ସଦରରେ ଥିବା ନିର୍ମାଣାଧୀନ ଘର ଓ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି । ଯାଜପୁର ଦାନଗଦିରେ ଥିବା ପୈତୃକ ଘରେ ମଧ୍ୟ ଚଢାଉ କରୁଛି ଭିଜିଲାନ୍ସ । ସରକାରୀ ବାସଭବନରେ ଚଢାଉ ବେଳେ ବୀମା ରସିଦ ଓ ବଣ୍ଡ ସମେତ ବ୍ୟାଙ୍କ ଡିପୋଜିଟ୍ କାଗଜପତ୍ର ଜବତ କରାଯାଇଛି ।