ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ

ଭୁବନେଶ୍ୱର,୩/୩: ଭିଜିଲାନ୍ସ ଜାଲରେ ଭବାନୀପାଟଣା କେବିକେ କ୍ଷୁଦ୍ର ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଛାନଭିନ ଚାଲିଛି । ଏଥିରେ ୪ ଜଣିଆ ଡ଼ିଏସପିଙ୍କ ନେତୃତ୍ୱରେ ୯ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଭିଜିଲାନ୍ସ ଚଢ଼ାଉରେ ସାମିଲ ହୋଇଛନ୍ତି ।

ତାଙ୍କର ଭୁବନେଶ୍ୱରର ରସୁଲଗଡ ଥିବା ବୈଷ୍ଣୋ ମୋନାର୍କ ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୩୦୧, ଖାରବେଳନଗରର ବୈଷ୍ଣୋ ରିଜେନ୍ସିର ଫ୍ଲାଟ ନମ୍ବର ୧, ସହିଦନଗରରେ ଥିବା ଇମ୍ପେରିଆ ଆପାର୍ଟମେଣ୍ଟର ପ୍ରଥମ ମହଲାର ଫ୍ଲାଟ ନମ୍ବର ୧୦୧, ଅନୁଗୁଳ ଜିଲ୍ଲା ତୁରଙ୍ଗାରେ ଥିବା ଏକ ଦୁଇମହଲା ଘର, ଖିଲାରରେ ଏକ ପ୍ଲଟ୍ ଓ ପୈତୃକ ଗ୍ରାମ ବନ୍ତଳରେ ଥିବା ଘର, ଭବାନୀପାଟଣାରେ ଥିବା ସରକାରୀ କ୍ବାର୍ଟର ଓ କାର୍ଯ୍ୟାଳୟରେ ଚଢାଉ ଚାଲିଛି ।