ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ବ୍ରହ୍ମପୁର,୧୭/୧୨: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲା ରାୟଗଡ଼଼ ବ୍ଲକର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷର ଚଢ଼ଉ ହୋଇଛି। ଭିଜିଲାନ୍ସ ତରଫରୁ ସାହୁଙ୍କ ବ୍ରହ୍ମପୁର ସହର ଗୋପବନ୍ଧୁନଗରସ୍ଥିତ ବାସଭବନ, ବ୍ରହ୍ମପୁର ଜ୍ୟୋତିନଗରସ୍ଥିତ ଦୁଇ ମହଲା କୋଠା, ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଛେଳିଗଡ଼଼ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ, ଛେଳିଗଡ଼଼ସ୍ଥିତ ସରକାରୀ କ୍ୱାଟରରେ ଏକ କାଳୀନ ଚଢ଼ଉ କରାଯାଇଛି। ଚଢ଼ଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୫ଜଣ ଇନସପେକ୍ଟର, ଦୁଇ ସବଇନ୍ସକ୍କ୍‌‌ର ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଚଢ଼ଉ ଚାଲିଥିବା ନେଇ ଭିଜିଲାନ୍ସ ତରଫରୁ ସୂଚନା ମିଳିଛି।