ଭିଜିଲାନ୍ସ ଜାଲରେ ପୋଲିସ ଗୃହନିର୍ମାଣ ନିଗମର ଉପପ୍ରବନ୍ଧକ

ଭୁବନେଶ୍ୱର, ୯/୧୧: ପୋଲିସ ଗୃହନିର୍ମାଣ ନିଗମର ଉପପ୍ରବନ୍ଧକ ପ୍ରତାପ ସାମଲ ଭିଜିଲାନ୍ସ ଜାଲରେ ପଡିଛନ୍ତି। ତାଙ୍କର ଭୁବନେଶ୍ବର, ବାଲେଶ୍ବର ଓ ଭଦ୍ରକ ସମେତ ୧୦ଟି ସ୍ଥାନରେ ଚଢ଼ାଉ ହୋଇଛି। ଜଣେ ASP, ୫ DSP ଓ ୭ ଇନ୍‌ସ୍ପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଭୁବନେଶ୍ବରରେ ୪ଟି କୋଠା, ଭଦ୍ରକ ବାସୁଦେବପୁର ଘର, ବାଲେଶ୍ବର ସିମୁଳିଆର ୨ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି।