ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତହସିଲଦାର ଗିରଫ

କଟକ, ୭/୪: ଲାଞ୍ଚ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କଟକର ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ ।  ସୂଚନା ଯୋଗ୍ୟ ଯେ ଗତକାଲି ବିଚିତ୍ରାନନ୍ଦଙ୍କ ଗାଡ଼ିରୁ ୧ ଲକ୍ଷ ୭ ହଜାର ଟଙ୍କା ଜବତ  କରାଯାଇଥିଲା। ଏହାପରେ ତାଙ୍କର କଟକର ବାରଙ୍ଗ, ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ଘର ଓ ସମ୍ପତି ଉପରେ ଏକକାଳୀନ ଚଢ଼ାଉ ହୋଇଥିଲା।