ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର, ୧୧/୨: ବଲାଙ୍ଗିରରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେଶବ କିଶୋର ନାୟକଙ୍କ ଘରେ ଚଢାଉ ହୋଇଛି । ଏହାସହ ତାଙ୍କର ବଲାଙ୍ଗିର ସାଗରପଡ଼ା, ଇନ୍ଦିରାନଗର, ଗୁପ୍ତେଶ୍ବର ନଗର, DFO କାର୍ଯ୍ୟାଳୟ ରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଏବେ ସୋନପୁର ମଝିପଡ଼ାରେ ଥିବା ପୈତୃକ ଘରେ ବି ଚଢାଉ ଜାରି ରହିଛି।