ନୂଆଦିଲ୍ଲୀ,୯/୦୩: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନକଡ । ଛାତିରେ ଯନ୍ତ୍ରଣା, ନିଃଶ୍ବାସ ନେବାରେ ସମସ୍ୟା ଦେଖାଯିବାରୁ ତାଙ୍କୁ ଏମ୍ସର କ୍ରିଟିକାଲ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିଛି ଦିନ ଧରି ସେ ସଂସଦୀୟ ବ୍ୟାପାରକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । ସୂଚନାଯୋଗ୍ୟ ଯେ ନିକଟରେ ଗୃହକାର୍ଯ୍ୟ ଚାଲିଥିବାବେଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କୁମ୍ଭମେଳାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଦଳାଚକଟାରେ ହଜାରେ ଲୋକଙ୍କ ଜୀବନ ଯାଇଥିବା କହିଥିଲେ । ଏହାକୁ ବିରୋଧ କରି ସତ୍ତା ଦଳର ସାଂସଦମାନେ ହୋହାଲ୍ଲା କରିବା ସହ ଏଭଳି ବୟାନକୁ ବଦଳାଇବାକୁ କହିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ । ଏହାକୁ ନେଇ ଗୃହରେ ତୁମ୍ବିତୋଫାନ ହୋଇଥିଲା। ଧନକଡଙ୍କ ଇସ୍ତଫା ଯାଏଁ ବି କଥା ଯାଇଥିଲା।