ଆରପାରିରେ ବିଶିଷ୍ଟ ବଲିଉଡ ଅଭିନେତା ଦିଲୀପ କୁମାର

ନୂଆଦିଲ୍ଲୀ, ୭/୭: ଆଉ ଆମ ଗହଣ ରେ ନାହାନ୍ତି ବିଶିଷ୍ଟ ବଲିଉଡ ଅଭିନେତା ଦିଲୀପ କୁମାର । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ସକାଳ ସାଢେ ୭ଟାରେ ତାଙ୍କର ପରଲୋକ ଘଟିଥିବା ନେଇ ସୂଚନା ରହିଛି । ସେ ଶ୍ବାସକ୍ରିୟା ଜନିତ ରୋଗରେ ପୀଡିତ ଥିଲେ ।