ପାକିସ୍ତାନରେ ପରିବା ଓ ଫଳ ମୂଲ୍ୟ ଆକାଶଛୁଆଁ, ଚିନ୍ତାରେ ଲୋକେ

ନୂଆଦିଲ୍ଲୀ,୧୦/୦୩: ପାକିସ୍ତାନରେ ନୂଆ ସରକାର ଗଠନ ହେବାପରେ ବି ସାଧାରଣଲୋକଙ୍କୁ କୌଣସି ପ୍ରକାର ଆଶ୍ବସ୍ତି ମିଳି ପାରିନାହିଁ। ପନିପରିବା ଠାରୁ ଆରମ୍ଭ କରି ଚିନି, ଘିଅ, ମାଂସ, କ୍ଷୀର ଓ ତେଲ ‌ସମେତ ଆହୁରି ଅନେକ ସାମଗ୍ରୀର ଦାମ ତିନିଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ସୂଚନାରୁ ଜଣାପଡ଼ିଛି। ବିଶେଷ ଭାବେ ପନିପରିବା ଓ ଫଳ ମୂଲ୍ୟ ଆକାଶଛୁଆଁ ହୋଇଛି। ଏହି କ୍ରମରେ ଦେଖିବାକୁ ଗଲେ ପାକିସ୍ତାନରେ ପିଆଜ ଦର ୧୫୦ଟଙ୍କାରୁ ବୃଦ୍ଧି ପାଇ ୩୦୦ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି।

କେବଳ ଏତିକି ନୁହେଁ ପ୍ରତି କିଲୋପିଛା ଆଳୁ ଦାମ ୫୦ଟଙ୍କାରୁ ବୃଦ୍ଧି ପାଇ ୮୦ଟଙ୍କା ହୋଇଥିବା ବେଳେ କୋବି ମୂଲ୍ୟ ୧୫୦ଟଙ୍କାରେ ପହଞ୍ଚିଛି। ସେହିପରି କଞ୍ଚାଲଙ୍କା କିଲୋ ୩୨୦ଟଙ୍କାରେ ବିକ୍ରି କରାଯାଉଛି।