ରୋଷେଇ ଘରେ ମହଙ୍ଗା ମାଡ଼, କନ୍ଦାଉଛି ପନିପରିବା ଦର

ଭୁବନେଶ୍ୱର,୦୫/୦୭: ରୋଷେଇ ଘରେ ପନିପରିବା ମାଡ଼।ପରିବା ଦର ଆକାଶ ଛୁଆଁ ହେବାରେ ଲାଗିଛି । ଅଦା କେଜିକୁ ୪ଶହ ଟଙ୍କା, ୧୩୦ଟଙ୍କା କିଲୋରେ ମିଳୁଛି ରସୁଣ ହଠାତ ପନିପରିବା ଦର ଏମିତି ବଢିଛି ଯେ ସାଧାରଣ ଗ୍ରାହକଙ୍କଠୁ ନେଇ ବ୍ୟବସାୟୀ, ଖାଉଟି ଓ ହୋଟେଲ ବ୍ୟବସାୟୀଙ୍କ ମୁଣ୍ଡରେ ଭାଲେଣି ପଡିଛି । କିଛି ଦିନ ପୂର୍ବରୁ ଟମାଟୋ ଦରବୃଦ୍ଧି ମୁୁଣ୍ଡ ବିନ୍ଧାର କାରଣ ପାଲଟିଥିବାବେଳେ ଏବେ ଅଦା, ରସୁଣ, କଂଚା ଲଙ୍କା, ଧନିଆପତ୍ର ସହ ଅନ୍ୟାନ୍ୟ ପନିପରିବା ଦର ବୃଦ୍ଧି ଲୋକଙ୍କୁ ହନ୍ତସନ୍ତ କରୁଛି। ତେବେ ଏହି ଦରବୃଦ୍ଧି ଆସନ୍ତା ୧ ମାସ ଏପରି ଜାରି ନେଇ ଆଶଙ୍କା କରାଯାଇଛି । ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ, ଉତରପ୍ରଦେଶ ଆଦି ଦେଶର ବହୁ ସ୍ଥାନରେ ପରିବା ଦର ଆକାଶ ଛୁଆଁ ହେଲାଣି ।