ରୋଷେଇ ଘରେ ମହଙ୍ଗା ମାଡ଼, ରାଜ୍ୟରେ ପରିବା ଦର ଆକାଶ ଛୁଆଁ

ଭୁବନେଶ୍ୱର,୫/୧୦: ରୋଷେଇ ଘରେ ମହଙ୍ଗା ମାଡ଼। ମଧ୍ୟବିତ୍ତ ଶ୍ରେଣୀର ଲୋକ ପକେଟରେ ଚଡକ। ଖାଲି ଆଳୁ କି ପିଆଜ ନୁହେଁ, ଆକାଶଛୁଆଁ ପ୍ରାୟ ସବୁ ପନିପରିବାର ଦର । ଶହେ ଉପରେ ଟମାଟୋ, ବିନ୍ସ, ଫୁଲକୋବି, ଶିମଲା ଲଙ୍କା ରହିଛି। ରାଜ୍ୟର ବିଭିନ୍ନ ସହରରେ ଟମାଟୋ କିଲୋ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବିନ୍ସ ୧୪୦ରୁ ୧୫୦, ଫୁଲକୋବି ଟିକେ ବଡ଼ ସାଇଜ୍ ହେଲେ ଶହେ, କ୍ୟାପସିକମ ଓ କଞ୍ଚାଲଙ୍କା ୧୨୦ ଟଙ୍କାରେ ବିକ୍ରି ହେଉଛି ।ସେହିପରି ଖୁଚୁରା ବଜାରରେ ବାଇଗଣ କିଲୋ ୬୦ରୁ ୭୦ ଟଙ୍କା ଥିବା ବେଳେ ଭେଣ୍ଡି, କଲରା, ଝୁଡ଼ଙ୍ଗ, ପୋଟଳ, ଗୁଆଁର, ବନ୍ଧାକୋବି କିଲୋ ବି ୬୦ ଉପରେ। ଭଣ୍ଡା, କୁନ୍ଦୁରିକୁ ଛାଡ଼ିଦେଲେ ୫୦ ଟଙ୍କା ତଳକୁ କିଛି ପରିବା ହିଁ ନାହିଁ । କାର୍ତ୍ତିକ ମାସ ନ ଛୁଁଉଣୁ ପରିବାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଖାଉଟି ।

Leave a Reply

Your email address will not be published. Required fields are marked *