ତେଲ ଉପରୁ ଭାଟ୍ ହ୍ରାସ ପାଇଁ ରାଜ୍ୟକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭/୪: ଏବେ ଦେଶରେ ଦିନକୁ ଦିନ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହି ସମୟରେ ତେଲ ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । କରୋନା ସମୀକ୍ଷା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇ ତେଲ ଉପରୁ ଭାଟ କମାଇବା ପାଇଁ କହିଛନ୍ତି ନରେନ୍ଦ୍ର ମୋଦୀ । ସେ କହିଛନ୍ତି, ୬ ମାସ ବିଳମ୍ବ ହେଲେ ବି ରାଜ୍ୟ ସରକାରଗୁଡିକ ତେଲ ଉପରୁ ଟ୍ୟାକ୍ସ କମାଇବା ପାଇଁ ପଦକ୍ଷେପ ନିଅନ୍ତୁ । ସୂଚନାଯୋଗ୍ୟ ଯେ ଯୁଦ୍ଧ ଯୋଗୁଁ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଯୋଗାଣ ବି ବାଧାପ୍ରାପ୍ତ ହୋଇଛି । ଏଭଳି ସମୟରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ତାଳମେଳ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ତୈଳ ଦର ବୃଦ୍ଧିକୁ ଦୃଷ୍ଟି ରଖି ଗତ ନଭେମ୍ବରରେ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟିକୁ କମ କରିଥିଲେ । ଏହାପରେ କିଛି ରାଜ୍ୟ ବି ତେଲ ଉପରୁ ଭାଟ କମାଇଥିଲେ । କିନ୍ତୁ କିଛି ରାଜ୍ୟ ଏବେ ବି ଭାଟ କମାଇନାହାନ୍ତି । ତେଣୁ ଏହି ଦିଗରେ ପଦକ୍ଷେପ ନେବାକୁ ସେ କହିଛନ୍ତି ।