ବିଜେଡିରେ ମିଶିଲେ ଓଲିଉଡ଼ ଲୋକପ୍ରିୟ ଅଭିନେତ୍ରୀବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର,୧୮/୦୪: ବିଜେଡିରେ ମିଶିଲେ ଓଲିଉଡ଼ ଲୋକପ୍ରିୟ ଅଭିନେତ୍ରୀବର୍ଷା ପ୍ରିୟଦର୍ଶିନୀ । ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସେ ସାମିଲ ହେଇଛନ୍ତି । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ପୂର୍ବରୁ ମଧ୍ୟ ଅନେକ ସମୟରେ ବର୍ଷା ବିଜେଡି ପାଇଁ ପ୍ରଚାର କରୁଥିବା ନଜର ଆସିଛନ୍ତି । ଗତ ସାଧାରଣ ନିର୍ବାଚନ ସମୟରେ ବର୍ଷା ମଧ୍ୟ ବିଜେଡି ପାଇଁ ପ୍ରଚାର କରିଥିଲେ । ବିଜେଡିରେ ସାମିଲ ହେଇ ବର୍ଷା କହିଛନ୍ତି, ସେ ନବୀନ ପଟ୍ଟନାୟକଙ୍କ ଫ୍ୟାନ୍, ତାଙ୍କ ପାଇଁ ସେ ଗୋଟିଏ ସିନେମା ମଧ୍ୟ କରିଛି । ନବୀନଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତାଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ । ମୁଖ୍ୟମନ୍ତ୍ରୀ କଥାରେ କମ୍ ଓ କାମ ବେଶି କରନ୍ତି । ତା ଛଡା ସେ କାହା ବିରୋଧରେ ମଧ୍ୟ କୁହନ୍ତିନି, ତାଙ୍କ କାମ ହିଁ କଥା କୁହେ । ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦୀ ବୋଲି ମଧ୍ୟ ବର୍ଷା କହିଛନ୍ତି । ତା ଛଡା ବିଜେଡିରେ ସାମିଲ ହେଇ ମୁଖ୍ୟମନ୍ତ୍ରୀ, ଭିକେ ପାଣ୍ଡିଆନ୍ ଏବଂ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି ।