ଆରମ୍ଭ ହେବାକୁ ଯାଉଛି ଦେଶରେ ବନ୍ଦେ ମେଟ୍ରୋ ଯୋଜନା, ଜୁଲାଇ ମାସ ସୁଦ୍ଧା ଟ୍ରାଏଲ ରନ୍ ହେବା ନେଇ ସୂଚନା

ନୂଆଦିଲ୍ଲୀ,୨୮/୦୪: ଭାରତରେ ଏବେ ଦେଶରେ ବନ୍ଦେ ମେଟ୍ରୋ ଯୋଜନା ଆରମ୍ଭ ହେବାକୁ ଯାଉଛି ।  ୨୦୨୪ ଜୁଲାଇ ମାସ ସୁଦ୍ଧା ଏହାର ଟ୍ରାଏଲ ରନ୍ ଆରମ୍ଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ଖୁବ୍ ଶୀଘ୍ର ମେଟ୍ରୋ ସେବା ଯୋଗାଇ ଦେବା ପାଇଁ ଯୋଜନା ରହିଛି । ବନ୍ଦେ ଭାରତ ମେଟ୍ରୋ ସେବା ଆରମ୍ଭ ହେଲେ ଯାତ୍ରୀଙ୍କୁ ଅନେକ ସୁବିଧା ମିଳିବ । ମେଟ୍ରୋରେ ସ୍ୱୟଂଚାଳିତ କବାଟ, ଶୀତତାପ ନିୟନ୍ତ୍ରଣ, ଉଚ୍ଚ ଆରାମ ସାଙ୍ଗକୁ ଏଥିରେ ଅନେକ ଫିଚର୍ସ ମିଳିବ ଯାହା ବର୍ତ୍ତମାନ ଚାଲୁଥିବା ମେଟ୍ରୋ ଟ୍ରେନରେ ଉପଲବ୍ଧ ନାହିଁ । ଏହାର ବେଗ ଘଣ୍ଟା ପ୍ରତି ୧୩୦ କିଲୋମିଟର ରହିବ । ଏହି ଟ୍ରେନରେ ୧୨ଟି କୋଚ୍ ରହିବ । ସର୍ବାଧିକ ୧୬ଟି କୋଚ୍ ରହିପାରିବ । ତେବେ ମିଳିଥିବା ସୂଚନା ଅନୁସାରେ, ମେଟ୍ରୋ ଟ୍ରେନ୍ ୧୨୪ଟି ସହରକୁ ସଂଯୋଗ କରିବ । ଯେଉଁଥିରେ- ଲକ୍ଷ୍ନୌ-କାନପୁର, ଆଗ୍ରା-ମଥୁରା । ଦିଲ୍ଲୀ-ରେୱାରୀ, ଭୁବନେଶ୍ୱର-ବାଲେଶ୍ୱର, ଏବଂ ତିରୁପତି-ଚେନ୍ନାଇ ଅନ୍ତର୍ଭୁକ୍ତ ରହିଛି ।