ଆଜି ପୁରୀ –ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ବାତିଲ

ଭୁବନେଶ୍ୱର,୨୨/୫: ଆଜି ପୁରୀ –ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ବାତିଲ ହୋଇଛି । କାଳବୈଶାଖୀ ଯୋଗୁଁ ଗଛ ପଡି ସାମ୍ନା କାଚ ଭାଙ୍ଗି ଯାଇଥିବାରୁ ଗତକାଲି ବିଳମ୍ବରେ ପହଞ୍ଚିଥିଲା ଟ୍ରେନ୍ । ୩ ଘଣ୍ଟା ଟ୍ରାକରେ ଅଟକି ରହିବା ପରେ ମରାମତି କାମ ଆରମ୍ଭ ହୋଇଥିଲା । ଗତକାଲି ରିବିବାର ଦିନ କାଳବୈଶାଖୀ ଝଡ ଯୋଗଁ କ୍ଷତିଗ୍ରସ୍ତ ହୋଇ ଭଦ୍ରକ ମଞ୍ଜୁରୀ ରୋଡ ନିକଟ ବୈତରଣୀ ପୋଲ ଉପରେ ଅଟକି ରହିଥିଲା । ବୈତରଣୀ ନଦୀ ସେତୁ ସମ୍ପୂର୍ଣ୍ଣ ପାର ହୋଇନଥିବା ବେଳେ ଝଡତୋଫାନ ଯୋଗୁଁ ବିଦ୍ୟୁତ ତାର ଛିଣ୍ଡି ପଡିବା ସହ ଗଛ ଡାଳ ପଡି ସାମ୍ନା କାଚ ଭାଙ୍ଗି ଚୁରମାର ହୋଇଯାଇଥିଲା । ଦୀର୍ଘ ୩ ଘଣ୍ଟା ଧରି ଟ୍ରେନଟି ଟ୍ରାକରେ ଅଟକି ରହିଥିବା ବେଳେ ମରାମତି କାମ ଆରମ୍ଭ ହୋଇଥିଲା ।