ଭୁବନେଶ୍ୱର,୧୮/୧୨: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। ‘ଭୂତି ଭକ୍ତି ବିଭୂତି’ ପ୍ରବନ୍ଧ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଆଧ୍ୟାତ୍ମିକ ଚିନ୍ତନମ ବିଶ୍ୱଦୃଷ୍ଟି ଏବଂ ମାନବିକ ଭାବନରେ ରୁଦ୍ଧିମନ୍ତ ଏହି ପୁସ୍ତକ ବେଶ ଉଚ୍ଚ ପ୍ରଶଂସିତ ହୋଇଛି । ବୈଷ୍ଣବ ଚରଣ ସାମଲ ୧୯୩୯ ମସିହା ଫେବୃଆରୀ ୨୭ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପ୍ରଥମ କବିତା ଥିଲା ‘ନେତା କିଏ’। ୧୯୬୪-୬୫ ମସିହାରୁ ସେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଲେଖିବା ଆରମ୍ଭ କରିଥିଲେ। ତାଙ୍କ ଲିଖିତ ପ୍ରଥମ ପ୍ରବନ୍ଧ ଥିଲା ମରୁତୀର୍ଥ। ତାଙ୍କ ଲେଖା, ସେ ସମୟର ବହୁ ପତ୍ରିକାରେ ପ୍ରକାଶ ପାଉଥିଲା।