ଟିକାକରଣ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩/୧୧: ଦେଶରେ କଁ ରୋନା ସଂକ୍ରମଣ କମିଥିଲେ ମଧ୍ୟ ଜିରୋ ହୋଇନି। ତେଣୁ ଏବେ ବି ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାରିମଧ୍ୟରେ ଆଜି ଟିକାକରଣ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ହାରଠାରୁ କମ୍ କୋରୋନା ଟିକାକରଣକୁ ନେଇ ସମୀକ୍ଷା କରିବେ ମୋଦି । ଏନେଇ ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୪୦ ଜିଲ୍ଲାପାଳଙ୍କ ସହ କଥା ହେବେ ମୋଦି । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ ଯେ ଜାତୀୟ ଟିକାକରଣ ହାରଠାରୁ ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ନାଗାଲାଣ୍ଡ, ପଞ୍ଜାବ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ବି ଟିକାକରଣ କମ୍ ହୋଇଛି।